ସରିଲା ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ, ୫ ଦିନର ମାରାଥାନ ଜେରା ପରେ ସତ ସ୍ୱୀକାର କରିଛନ୍ତି ଅଭିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସରିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ରିମାଣ୍ଡ। ୫ ଦିନର ମାରାଥାନ ଜେରା ପରେ ସତ ସ୍ୱୀକାର କରିଛନ୍ତି ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ସହଯୋଗୀମାନେ ମାନସଙ୍କୁ ହତ୍ୟା କରିବାର ୩୬ ଘଣ୍ଟାର ଲୋମଟାଙ୍କୁରା ଘଟଣାର ଖୁଲାସା କରିଛନ୍ତି।

୩୬ ଘଣ୍ଟା ପାଖାପାଖି ୬ ଶହ ୧୦ କିମି ଅଭିଯୁକ୍ତମାନେ ବୁଲିଥିବା ବୋଲିସ ଆଗରେ ମାନିଛନ୍ତି ଶର୍ମିଷ୍ଠା। ଫେବୃଆରୀ ୭ରେ ମାନସଙ୍କୁ ଭଦ୍ରକ ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ କରିଥିଲେ। ମାନସଙ୍କୁ ଅପହରଣ କରିବା ପାଇଁ ସେମାନେ ଫେବୃଆରୀ ୬ ତାରିଖ ରାତିରୁ ସେହି ସ୍ଥାନରେ ଅପେକ୍ଷା କରିଥିଲେ।

ଏହି ଅପହରଣରେ ଶର୍ମିଷ୍ଠାଙ୍କ ସହିତ ଝୁନା ଭୋଇ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ସହଯୋଗ କରିଥିଲେ। ଅପହରଣ କରିବା ପରେ ମାନସଙ୍କୁ ଆଣି ସେହିଦିନ ଦ୍ୱିପହରରେ ଭୁବନେଶ୍ୱର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ମାରଣାନ୍ତକ ଅତ୍ୟାଚାର କରିଥିଲେ। ଫଳରେ ମାନସଙ୍କର ମୃତ୍ୟୁ ହୋଇଥିଲା।