ଭୁବନେଶ୍ୱର,ଏନ୍ଏନ୍ଏସ୍: ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ପୁଲିସ ଗିରଫ କରିଛି। ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାୟକଙ୍କ ଏତଲା ଆଧାରରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଆଇଜି କହିଛନ୍ତି ଯେ, ସତ୍ୟବ୍ରତ ହତ୍ୟା ମାମଲାରେ ପୂର୍ବରୁ ୬ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲୁ। ଜେରା ବେଳେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି। ମାନସ ହତ୍ୟାସ୍ଥଳରେ ନଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ। ମାନସଙ୍କ ନାଁରେ ଅପହରଣ, ହତ୍ୟା ଓ ପ୍ରମାଣ ନଷ୍ଟ ଦଫା ଲାଗିଛି। ମାନସଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି ସେନେଇ ତଦନ୍ତ ଚାଲିଛି। ମାନସଙ୍କ ନାଁରେ କାହାର କିଛି ଅଭିଯୋଗ ଥିଲେ ନିର୍ଭରେ ଜଣାନ୍ତୁ।
ଅନ୍ୟପଟେ ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ କଡ଼ବା ଗାଁର ବାପା ପୁଅଙ୍କୁ ମାଡ଼ ଘଟଣାରେ ଗିରଫ କରାଯାଇଛି।