ନିଜାମୁଦ୍ଦିନର ଧର୍ମ ସଭାରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତି କେନ୍ଦ୍ରାପଡ଼ାରୁ ଚିହ୍ନଟ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଦିଲ୍ଲୀର ନିଜାମୁଦ୍ଦିନ ଧର୍ମ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ରାପଡ଼ାରୁ ଚିହ୍ନଟ କରାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲର ଆଇସୋଲେସନରେ ଭର୍ତ୍ତି କରାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେହିପରି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି।

ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ୮ହଜାର ଓ ବାହାର ଦେଶରୁ ୬ହଜାର ଲୋକ ଗତ କିଛିଦିନ ମଧ୍ୟରେ ଆସିଛନ୍ତି। ତେବେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଗତକାଲି ନିଜାମୁଦ୍ଦିନ ଘଟଣା ପରେ ଓଡ଼ିଶାରୁ ମୋଟ ୩ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।