ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକର ଆତ୍ମାହୁତି ଉଦ୍ୟମ। ଆଜି (ଶନିବାର) ସନ୍ଧ୍ୟା ସମୟରେ ହଠାତ୍ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଦଲ ସାହୁ ନାମକ ଜଣେ ଯୁବକ ପୋଡି ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଣକ ବୋରିଗାଁ ଅଞ୍ଚଳର ବାଦଲ ସାହୁ ବୋଲି ଜଣାପଡିଥିବା ବେଳେ ସେ କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି କଲେ ତାହା ଜଣାପଡ଼ିନାହିଁ। ଯୁବକ ଜଣକ ସାଙ୍ଗରେ ନେଇ ଆଣିଥିବା ପେଟ୍ରୋଲ ନିଜ ଶରୀରରେ ଢାଳିବା ସହ ନିଆଁ ଲଗାଇ ଦେଇଥିବା କୁହାଯାଇଛି।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୁଲିସ କର୍ମଚାରୀ ମାନେ ନିଆଁ ଲିଭାଇ ଉଦ୍ଧାର କରିବା ପରେ ପ୍ରଥମେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ଯୁବକ ଜଣକ ଗ୍ରାମରେ ଏକ ଘରକିଆ କରାଯାଇଥିବା ଯୋଗୁଁ ଏହାକୁ ନେଇ ଏକ ପ୍ରକାର ମାନସିକ ଚାପରେ ରହିବା ପରେ ସେ ଏପରି କରିଥିବା କୁହାଯାଉଛି।