ଅଂଶୁଘାତ ଯୋଗୁଁ ତଳେ ପଡିଗଲେ ଯୁବକ, ଡାକ୍ତରଖାନାକୁ ନେଇ ଚିକିତ୍ସିତ କଲେ ସରପଞ୍ଚ

ସଇଁନ୍ତଲା,ଏନ୍ଏନ୍ଏସ୍: ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ତତଲାଖରାରେ ଭାଜି ହେଉଛନ୍ତି। କାମ ଧନ୍ଦା ନଥିଲେ ଲୋକେ ଘର ମଧ୍ୟ ବାହାରୁ ନାହାନ୍ତି। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବା ବେଳେ ଲୋକେ ମୁଣ୍ଡରେ ଗାମୁଛା ଓ ପାଣି ବୋତଲ ଧରି ବାହାରକୁ ବାହାରିଛନ୍ତି।

ଡେଙ୍ଗ ହାଇସ୍କୁଲ ଠାରେ ଅଂଶୁଘାତ ଯୋଗୁଁ ଯୁବକଙ୍କ ମୁଣ୍ଡ ବୁଲୋଉଥିବା ବେଳେ ତଳେ ହଠାତ ପଡିଯାଇଥିଲେ। ସେହି ରାସ୍ତା ଦେଇ ତାଳବାହଲ ସରପଞ୍ଚ ନନ୍ଦ କିଶୋର ବଗର୍ତ୍ତି ଓ ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁ ଆସୁଥିଲେ। ତଳେ ଯୁବକ ଜଣକ ପଡି ଯାଇଥିବା ଦେଖିବା ପରେ ମାନବିକତା ଦେଖାଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ନିଜ ଗାଡ଼ିରେ ଆଣି ଚିକିତ୍ସା କରାଇଥିଲେ। ଯୁବକ ଜଣକ ବ୍ରାହ୍ମଣୀ ଗ୍ରାମର ଟିକୁନୁ ଯାନୀ ବୋଲି ଜଣାପଡିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି।