ଝରୀଗାଁ,ଏନ୍ଏନ୍ଏସ୍: ଝରୀଗାଁ ବ୍ଲକ୍ ତେଲନଦୀ ଗ୍ରାମପଂଚାୟତ ଅନ୍ତର୍ଗତ ଗୁଦିପଦର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲା ସାଧୁ ଯାନୀ (୨୦) ପିତା ମଣ୍ଟୁ ଯାନୀ।
ପରିବାରଙ୍କ କହିବା ଅନୁସାରେ ସାଧୁ ଯାନୀ ଗ୍ରାମର ଜଣଙ୍କ ଘରୋଇ ବିଦ୍ୟୁତ ବିଛିନ୍ନ ହୋଇଥିବା ବେଳେ ତାକୁ ସଂଯୋଗ କରିବା ପାଇଁ ବିଦ୍ୟୁତ ଖୁଣ୍ଟି ଉପରେ ଚଢିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ଛିଟିକି ପଡ଼ିଥିଲେ। ପରେ ଘଟଣା ସ୍ଥଳରେ ଗ୍ରାମବାସୀ ପହଂଚି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସେଠାରୁ ତାଙ୍କୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ସେଠାରେ ଡ଼କ୍ଟର ସନ୍ତୋଷ ପ୍ରଧାନ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ ଝରୀଗାଁ ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା କହିଛନ୍ତି। ତେବେ ମୃତ ସାଧୁ ଯାନୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।