ଥାନା ଭିତରେ ଦିଦିଙ୍କ ଦବଙ୍ଗଗିରି : ମାରିଲେ ଗୋଇଠା, ବିଧା, ଆଇଆଇସି ସନ୍ଧ୍ୟାରାଣୀଙ୍କ ମାଡ଼ ଭିଡିଓ ଭାଇରାଲ 

ପାଟଣା,ଏନ୍ଏନ୍ଏସ୍ : ଥାନା ଭିତରେ ଆଇଆସିଙ୍କ ଦବଙ୍ଗଗିରି। ଯୁବକଙ୍କୁ ଥାନା ଭିତରେ ଗଡ଼ାଇ ଗଡ଼ାଇ ମାରୁଛନ୍ତି। ଏମିତିକି ଗୋଇଠା ବିଧା ମଧ୍ୟ ମାରୁଛନ୍ତି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଆଉ ଏଭଳି ଅମାନୁସିକ ମାଡ଼ ମାରୁଛନ୍ତି ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା।  ଜମିବାଡ଼ି ବିବାଦକୁ ନେଇ ଏକ ବାଡ଼ିରେ ପିଟୁଛନ୍ତି। ଏତିକିରେ ମନ ଶାନ୍ତ ହେଲାଣି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି।

 ପ୍ରଥମେ ଟାଉନ ଥାନାରେ ଜଣେ କ୍ୟାମେରା ମ୍ୟାନଙ୍କୁ ଦୁର୍ବ୍ୟବହାର କରି ଜଣେ ଏସଆଇଙ୍କ ବଦଳି ହେବା, ତା’ ପରେ ରାମଚନ୍ଦ୍ରପୁର ଥାନାର ଏସଆଇ ଜଣେ ଲୋକଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବନ ହେବା ‘ ପୁଣି ଟାଉନ ଥାନାରେ ଜଣେ ରିପୋର୍ଟରଙ୍କୁ ମାଡ଼ ମାରି ଥିଲେ ସୁଧା ଜନୈକ ଏସଆଇଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏବେ ଏମାନଙ୍କ ଔଧତ୍ୟତା ବଢିଯାଇଛି ।

ଲକଡାଉନ ସମୟରେ ସାଧାରଣ ଲୋକଙ୍କୁ ଯାହା ପିଟିଲେ ପିଟିଲେ ‘ ଏବେ କିନ୍ତୁ ଅନ୍ୟ କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଜଣେ ଯୁବକକୁ ବାଡ଼ି ପାହାର ସାଙ୍ଗକୁ ଗୋଇଠା ପରେ ଗୋଇଠା ମାଡ଼ କରୁଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏତେ ରାଗ ଜେ ବାଡି ରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ ପୁଣି ଗୋଇଠା ମାରିବାକୁ ପଛାଇ ଲେ ନାହିଁ । କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଧିକାରୀ ପଦକ ମଧ୍ୟ ପାଇଥିଲେ । ତେବେ ମାଡ଼ ଖାଇଥିବା ଯୁବକ ଜଣଙ୍କ ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଏକ ଜମିବାଡ଼ି ବିବାଦକୁ ନେଇ ଥାନାକୁ ଆସିଥିଲେ । ଏହାକୁ ବିଚାର କରିବା ବଦଳରେ ଥାନାରେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା। ତେବେ ଏହି ଘଟଣା ଗତ ୨୫ ତାରିଖରେ ଘଟିଥିବା ବେଳେ ଜମି ବାଡ଼ି ବିବାଦକୁ ନେଇ ଉକ୍ତ ଯୁବକକୁ ଥାନାକୁ ଅଣାଯାଇଥିବା ପାଟଣା ଥାନା ଅଧିକାରୀଣୀ ସନ୍ଧ୍ୟାରାଣୀ ଜେନା କହିଛନ୍ତି।

ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏ ଘଟଣାକୁ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ତଦନ୍ତ କରୁଛନ୍ତି । ଘଟଣାର ସତ୍ୟା ସତ୍ୟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ରବିନ୍ଦ୍ର ମଲ୍ଲିକ । ଅନ୍ୟ ପଟେ ଜଣେ ମହିଳା ପୋଲିସ ଅଫିସର ଥାନା ଭିତରେ ଲୋକଙ୍କୁ ଗୋଇଠା ମାରିବା କଥାକୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହିତ ସମ୍ପୃକ୍ତ ପୋଲିସ ଅଫିସରକୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି।