‘ଜୟ ଶ୍ରୀ ରାମ’ ଜବାବରେ ମମତାଙ୍କ ‘ହରେ କୃଷ୍ଣା ହରେ ରାମ’

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନେତାଙ୍କ ମଧ୍ୟରେ ବାକ୍ୟୁଦ୍ଧ ପରେ ଏବେ ନାରାକୁ ନେଇ ମଧ୍ୟ ଲଢ଼େଇ ଦେଖାଦେଇଛି। କୋଲକାତାରେ ବିଜେପିର ‘ଜୟ ଶ୍ରୀ ରାମ’ର ଜବାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନାରା ଦେଇଛନ୍ତି। ଆଜି ପଶ୍ଚିମବଙ୍ଗର ହୁବୁଳିରେ ଆୟୋଜିତ ହୋଇଥିବା ଏକ ରାଲିରେ ମମତା ‘ହରେ କୃଷ୍ଣ ହରେ ରାମ, ବିଦା ହୋ ବିଜେପି-ବାମ’ର ନାରା ଦେଇଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମମତା ଯେତେବେଳେ କହିବା ପାଇଁ ଆସିଲେ ବିଜେପି କର୍ମକର୍ତ୍ତା ‘ଜୟ ଶ୍ରୀ ରାମ’ର ନାରା ଦେଇଥିଲେ। ଏଥିରେ ମମତା ବାନାର୍ଜୀ ସରକାରୀ କାର୍ଯ୍ୟକ୍ରମରେ ଅପମାନର ଆରୋପ ଲଗାଇ ଭାଷଣ ଦେବାକୁ ମନା କରି ଦେଇଥିଲେ।

ଏହି ଅବସରରେ ଟିଏମସି ଛାଡ଼ି ବିଜେପି ଯାଇଥିବା ନେତାଙ୍କୁ ମଧ୍ୟ ମମତା ବାନାର୍ଜୀ ଟାର୍ଗେଟ କରଛନ୍ତି। ମମତା କହିଛନ୍ତି ଯେ, ‘ବିଜେପି ୱାସିଂ ମେସିନ୍ ସଦୃଶ। ସମ୍ମାନିତ ଲୋକଙ୍କୁ ଆମ ପାର୍ଟିରୁ ନେବୁ ଚୋରଙ୍କୁ ଟିଏସି ପାର୍ଟିରେ ନେବୁନାହିଁ। ମୁଁ ଅନ୍ୟ ଦଳର ସମ୍ମାନିତ ଲୋକଙ୍କୁ କହିବି କି, ଟ୍ରେନ ଛାଡ଼ିବାକୁ ଯାଉଛି ଶୀଘ୍ର ଯାଆନ୍ତୁ। ତୁମକୁ ଟିଏମସିର ଟିକେଟ ମିଳୁନଥିବାରୁ ବିଜେପି ଯାଉଛ।’