ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମମତା ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ୨୪ ଅଧିକାରୀଙ୍କୁ ବଦଳିକୁ ନେଇ ସରକାର ଆଦେଶ ଜାରି କରିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୨୧ଜଣ ଆଇଏଏସ୍ ଅଫିସର ଓ ୩ଜଣ ରାଜ୍ୟ ପ୍ରଶାସନିକ ସେବାର ଅଧିକାରୀ ରହିଛନ୍ତି । ଏଥିରେ ପୁଋଲିୟା, ମାଲଦା, ମୁର୍ସିଦାବାଦ, ଉତ୍ତର ୨୪ ପରଗାନା ଓ ଦକ୍ଷିଣ ୨୪ ପରଗାମା ସମେତ ରାଜ୍ୟର ଅନେକ ଜିଲ୍ଲା ସାମିଲ ରହିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଋଲିୟା ଜିଲ୍ଲା ମାଜିଷ୍ଟ୍ରେଟ ରାହୁଲ ମଜୁମଦାରଙ୍କୁ ଗାଳି ଦେବାର କିଛିଦିନ ପରେ ପଦରୁ ହଟାଇ ଆସନମୋଲ ନଗର ନିଗମର କମିଶନର ଭାବେ ନିଯୁକ୍ତ କରିଥିଲେ ।