୬ ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଲେ ମମତା

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଟିଏମସିର ଦୁଇ ମନ୍ତ୍ରୀ ଓ ୪ ନେତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜାମ ପେଲେସ ସିବିଆଇ ଅଫିସ ପହଂଚିଥିଲେ। ପାଖାପାଖି ୬ ଘଣ୍ଟା ରହିବା ପରେ ସେଠାରୁ ବାହାରିଥିଲେ। ସିବିଆଇ ଅଫିସରୁ ବାହାରିବା ସମୟରେ ମମତା କହିଥିଲେ ଯେ, ଏହାର ଫଇସଲା କୋର୍ଟ କରିବ। ସିବିଆଇ ଅଫିସ ପହଂଚିବା ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଥିଲେ ଯେ, ମୋତେ ବି ଗିରଫ କରାଯିବା ଦରକାର। ପରେ ଟିଏମସି କାର୍ଯ୍ୟକର୍ତ୍ତା ସିବିଆଇ ଅଫିସ ବାହାରେ ଖୁବ ହଙ୍ଗାମା କରିଥିଲେ।