ପଶ୍ଚିମବଙ୍ଗ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦିତ ବୟାନକୁ ନେଇ ତୃଣମୂଳ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚତୁଃପାଶ୍ୱର୍ରୁ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା । ସେଥିପାଇଁ ମୁଖ୍ୟମନ୍ତ୍ରୀ ମମତା ଟିଏମସି ନେତା ଅଖିଳ ଗିରି ଦେଇଥିବା ବୟାନକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଭଲ ମହିଳା । ସେ ଖୁବ୍ ସ୍ନେହୀ । ମୁଁ ମୋ ବିଧାୟକଙ୍କ ଶଦ୍ଦକୁ ନିନ୍ଦା କରୁଛି । ଅଖିଳ ଯାହା କହିଥିଲେ ତାହା ଭୁଲ୍ ଥିଲା । ଭବିଷ୍ୟତରେ ପୁଣିଥରେ ଯଦି ଏମିତି ହୁଏ ତେବେ ପାର୍ଟି ଆକ୍ସନ ନେବ ।
ସୂଚନାଯୋଗ୍ୟ, ଟିଏମସି ନେତା ଅଖିଳ ଗିରି ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିଲେ । ସେ କହିଥିଲେ ଯେ, ଆମେ କାହାକୁ ତା’ ରୂପକୁ ନେଇ ଆକଳନ କରୁନାହୁଁ । ଆମେ ରାଷ୍ଟ୍ରପତି ପଦର ସମ୍ମାନ କରୁଛୁ କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାନ୍ତି? ଅଖିଳ ଗିରିଙ୍କ ଏହି ବୟାନ କ୍ୟାମେରାରେ କଏଦ ହୋଇଯାଇଥିଲା ଯାହାକି ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।