ମୋଦୀଙ୍କୁ ଭେଟିଲେ ଦିଦି, ପଶ୍ଚିମବଙ୍ଗ ନାଁକୁ ବଦଳାଇବା ପାଇଁ ଦାବୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ମୋଦୀଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ମମତା କହିଛନ୍ତି ଯେ ସେ ତାଙ୍କ ରାଜ୍ୟର ନାମ ବଦଳାଇ ‘ବଙ୍ଗଳା’ ରଖିବାକୁ ମୋଦୀଙ୍କୁ ଜଣାଇଛନ୍ତି। ମୋଦୀ ଏ ଦିଗରେ ଆଲୋଚନା କରି ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ଏହି ଅବସରରେ ମୋଦୀଙ୍କୁ ପଶ୍ଚିମବଙ୍ଗ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଦୁର୍ଗା ପୂଜା ପରେ ହେବାକୁ ବିଶ୍ୱର ଦ୍ୱିତୀୟ ବଡ କୋଇଲା ପ୍ରକଳ୍ପ ଉଦ୍ଘାଟନୀ ଉତ୍ସବରେ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି। ପଶ୍ଚିମବଙ୍ଗର ବିଭିନ୍ନ ବିକାଶମୂଳକ ଇସ୍ୟୁ ଉପରେ ଉଭୟ କଥା ହୋଇଥିଲେ।

ପ୍ରକାଶ ଥାଉକି ବିଜେପିର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧ କରୁଥିବା ମମତାଙ୍କ ମୋଦୀ ସହ ଭେଟଘାଟ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।