ମୋଦୀଙ୍କୁ ଭେଟିବେ ମମତା, ଶାରଧା ଚିଟଫଣ୍ଡ୍ ମାମଲାକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିବସ ଅବସରରେ ପଶ୍ଚିମବଙ୍ଗ ମୁବ୍ମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଟ୍ବିଟରରେ ଟପ୍ ଟ୍ରେଣ୍ଡ କରୁଥିବାବେଳେ ମମତା ମଧ୍ୟ ମୋଦୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତେବେଦେଢ଼ବର୍ଷ ପରେ ବୁଧବାର ଦିଲ୍ଲୀ ଯାଇ ମମତା ବାନାର୍ଜୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ମମତା ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦୧୪ ମସିହାରୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାଠାରୁ ମମତା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ବିରୋଧ କରି ଆସିଛନ୍ତି। ସାକ୍ଷାତ ସମୟରେ ମମତା ଶାରଧା ଚିଟଫଣ୍ଡମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶାରଧା ଚିଟଫଣ୍ଡ୍ ମାମଲାରେ ମମତାଙ୍କ ନିକଟତର ଥିବା ଆଇପିଏସ୍‌ ଅଫିସର ରାଜୀବ କୁମାରଙ୍କୁ ସିବିଆଇ ତରଫରୁ ବହୁବାର ନୋଟିସ୍‌ ହୋଇଥିବାରୁ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ମମତା ଆଲୋଚନା କରିବେ।