କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପୁରୁଣା ନିର୍ବାଚନୀ କ୍ଷେତ୍ର ଭବାନୀପୁରରୁ ଉପନିର୍ବାଚନ ଲଢ଼ିବେ। ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ହେବ। ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ସେହିପରି ଅକ୍ଟୋବରରେ ଭୋଟ ଗଣାଯିବ। ଏଥିସହିତ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗିପୁର ଓ ଓଡ଼ିଶାର ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଦେଶରେ କୋଭିଡ ସ୍ଥିତିକୁ ନଜରରେ ରଖି ନିର୍ବାଚନ ଆୟୋଗ ୩୧ଟି ସିଟରେ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛି।
ନିର୍ବାଚନ ଆୟୋଗ କହିଛି କି, ସମ୍ବିଧାନର ଆବଶ୍ୟକତା ଓ ପଶ୍ଚିମବଙ୍ଗର ବିଶେଷ ଅନୁରୋଧକୁ ବିଚାରକୁ ନେଇ ବିଧାନସଭା କ୍ଷେତ୍ର ୧୫୯- ଭବାନୀପୁରରେ ଉପନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କୋଭିଡ ସ୍ଥିତି ଯୋଗୁଁ ନିର୍ବାଚନ ପାଇଁ କଡ଼ା କଟକଣା ପ୍ରସ୍ତୁତ ହୋଇଛି।