୫ରେ ଶପଥ ନେବେ ମମତା ବାନାର୍ଜୀ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ସୂଚନା ମୁତାବକ ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି । କୋଭିଡ ଦୃଷ୍ଟିରୁ ଦିଦି କୌଣସି ଆଡମ୍ବରପୂର୍ଣ୍ଣ ଆୟୋଜନ କରିବେ ନାହିଁ । ଶପଥ ଗ୍ରହଣ ଉତ୍ସବକୁ ଅତି ସାଧାରଣ ଭାବେ ପାଳନ କରିବେ ବୋଲି ଗତକାଲି ସୂଚନା ଦେଇଥିଲେ ମମତା ବାନାର୍ଜୀ । ୫ ତାରିଖରେ ଦିଦିଙ୍କ ଶପଥ ଉତ୍ସବ ପରେ ମନ୍ତ୍ରୀ ମଣ୍ଡଳ ୬ ତାରିଖରେ ଶପଥ ନେଇପାରେ ବୋଲି ଜଣାପଡିଛି ।