ଶ୍ରମିକଙ୍କୁ ହତ୍ୟା ନେଇ କେନ୍ଦ୍ରକୁ ମମତାଙ୍କ ସମାଲୋଚନା

କୋଲକାତା,ଏନ୍ଏନ୍ଏସ୍: ଜମ୍ମୁ-କଶ୍ମୀରରେ ପଶ୍ଚିମବଙ୍ଗର ୫ ଜଣ ଦାଦନ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏବେ ସମଗ୍ର ଜମ୍ମୁ-କଶ୍ମୀର ପ୍ରଶାସନ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୟୁରୋପୀୟ ସଂଘ (ଇୟୁ) ପ୍ରତିନିଧିଦଳର ଜମ୍ମୁ-କଶ୍ମୀର ଗସ୍ତ ବେଳେ ସେଠାକୁ ଦାଦନ ଖଟିବାକୁ ଯାଇଥିବା ମୁର୍ଶିଦାବାଦ ଅଞ୍ଚଳର ଶ୍ରମିକମାନଙ୍କୁ ଆତଙ୍କବାଦୀମାନେ କିଭଳି ଟାର୍ଗେଟ୍ କଲେ ସେଥିନେଇ ପ୍ରଶ୍ନ ଉଠାଇଛନ୍ତି ମମତା। ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୨୯ରେ ଏଭଳି ଘଟଣା ଘଟିଥିଲା।