ମମତାଙ୍କ ବିରୋଧରେ ବାମ ଦଳର ବିରୋଧ ପ୍ରଦର୍ଶନ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ହାୱଡ଼ାରେ ସିପିଏମ୍‌ କର୍ମୀମାନେ ବେରୋଜଗାରୀକୁ ନେଇ ମମତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାୱଡ଼ାରେ ବାମପନ୍ଥୀ ଦଳର ଯୁବ ଶାଖା ଓ ଛାତ୍ର ସଂଗଠନ ରାଜ୍ୟରେ ବଢିଚାଲିଥିବା ବେରୋଜଗାରୀକୁ ନେଇ ମମତାଙ୍କୁ ଦୋଷ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଓ ବାମଦଳ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପରିସ୍ଥିତିକୁ କାବୁ କରିନପାରି କର୍ମୀଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ, ଲୁହବୁହା ଗ୍ୟାସ୍‌ ଏବଂ ପାଣି ପ୍ରୟୋଗ କରିଥିଲା।

ଅନ୍ୟପଟେ ବୁଧବାର ରାଜ୍ୟରେ ବିଜୁଳି ଦର ବଢୁଥିବା ପ୍ରତିବାଦରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହେବା ଫଳରେ ପୁଲିସ ଲାଠିଚାର୍ଜ କରିଥିଲା। ଲାଠିଚାର୍ଜରେ ୭ଜଣ ଆହତ ହୋଇଥିବା ବେଳେ ସେଥିରୁ ୫ଜଣ ଗୁରୁତର ଆହତ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା।