କାଲି ଆସୁଛନ୍ତି ଖଡ଼ଗେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସ ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ କାଲି ଓଡ଼ିଶା ଆସୁଛନ୍ତି । ଏହି ଅବସରରେ କଂଗ୍ରେସ ଭବନରେ ଭୋଟ ଦେବାକୁ ଥିବା ସଦସ୍ୟଙ୍କୁ ଖଡ଼ଗେ ଭେଟିବେ । ଏହାସହ ସଭାପତି ନିର୍ବାଚନରେ ତାଙ୍କୁ ସମର୍ଥନ ଜଣାଇବା ପାଇଁ ସଦସ୍ୟଙ୍କୁ ଅପିଲ କରିବେ ।