ଓକିଲ ସଂଘ ନିର୍ବାଚନ: ପ୍ରଭାକର ପ୍ରଧାନ ସଭାପତି

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନରେ ସଭାପତି ଭାବେ ପ୍ରଭାକର ପ୍ରଧାନ ଓ ସମ୍ପାଦକ ଭାବେ ପ୍ରକାଶ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଶ୍ରୀ ପ୍ରଧାନ ୫୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଦୁର୍ଗା ପ୍ରସାଦ ତ୍ରିପାଠୀ ୪୪ ଖଣ୍ଡ ଭୋଟ୍ ପାଇଥିଲେ। ସେହିଭଳି ସମ୍ପାଦକ ଭାବେ ଶ୍ରୀ ମହାନ୍ତି ୬୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଲମ୍ବୋଧର ତୁରୁକ ୩୧ ଖଣ୍ଡ ଭୋଟ୍ ପାଇଥିଲେ। ଉପସଭାପତି ଶ୍ରୀ ସ୍ୱାଇଁ ୪୮ ଖଣ୍ଡ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାଜେଶ ପଟ୍ଟନାୟକ ୨୧ ଖଣ୍ଡ ଭୋଟ୍ ପାଇଥିଲେ। ଏହା ପୂର୍ବରୁ ସହ ସମ୍ପାଦକ ଭାବେ ଧିରଜ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଭାବେ ଭବତୋଷ ବିଶ୍ୱାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ।