ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥତି ତ୍ରିନାଥ ମୋଡେର୍ଣ୍ଣ ରାଇସ ମିଲରେ କାମ ଚାଲିଥିବାବେଳେ ହଠ।ତ ମିଲର ଏକ କାନ୍ଥ ଭୁଷୁଡ଼ି ପଡ଼ିଛି । ଫଳରେ ମିଲରେ କର୍ୟ୍ୟରତ ପ୍ରାୟ ୧୫ଜଣ କର୍ମଚାରୀ କାନ୍ଥତଳେ ଚାପି ଯାଇଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଏବେସୁଦ୍ଧା ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧ।ର କରାଯାଇ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । କେହି ଚାପି ହୋଇ ରହିଯାଇଥିବା ଆଶଙ୍କା କରି ଖୋଜା ପ୍ରକ୍ରିୟା ଜାରି ଥିବା ମାଲକାନଗିରି ଆଦର୍ଶ ଥାନାର ଭାରପ୍ରାପ୍ତ ନିରୀକ୍ଷକ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି ।