ସାମାଜିକ ଦୂରତା ପାଳନ ନ କଲେ ଦୋକାନ ସିଲ : ଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍ : ସମ୍ପ୍ରତି କୋରନା ଭୁତାଣୁକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇ ପଡିଥିବା ବେଳେ ପ୍ରତିକାର ପ୍ରତିଷେଧକ ଟିକା ବାହାରି ନଥିବାରୁ ଏହି ଭୁତାଣୁରୁ ବଂଚିବାକୁ ହେଲେ ଏକମାତ୍ର ଉପାୟ ସଂଘରୋଧ ଓ ସାମାଜିକ ଦୂରତା । ଏଥିନେଇ କେନ୍ଦ୍ର,ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଥିଲେ ସୁଦ୍ଧା କିଛି ଲୋକେ ଏହାକୁ ପାଳନ କରୁନଥିବା ଦେଖଯାଇଛି । ଏହି ନିୟମକୁ ପାଳନ କରିବାରେ ବ୍ୟତିକ୍ରମ ଘଟୁଥିବାରୁ ବାଧ୍ୟ ହୋଇ ସରକାର କଠୋର ନିଷ୍ପତି ନେଇଛନ୍ତି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିୟମ ୨-ଡି ଅନୁ ଯାୟୀ ୨୦୦୫ ରାଜ୍ୟ ନିର୍ବାହ କମିଟି ଓ ସାଧାରଣ ପ୍ରଶାସନ ବିଭାଗ ପ କ୍ଷରୁ କୋରନାର ଭୟାବହତାକୁ ଦୃଷ୍ଟିରେ ରଖି ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ନିଷ୍ପତି ନିଆ ଯାଇଛି। ସଂକ୍ରମଣ ରୋଗ ଆଇନ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କ୍ଷମତାସଂପନ୍ନ ଅଧିକାରୀଙ୍କ ଦ୍ୱାରା ଜାରୀ କରାଯାଇଥିବା ନିର୍ଦ୍ଦେଶ ଅନୁ ଯାୟୀ କୌଣସି ବ୍ୟକ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାକୁ ଦୁଇଚକିଆ କିମ୍ବା ଚାରି ଚକିଆ ଯାନ ବ୍ୟବହାର କରିପାରିବେ ନାହିଁ ।

ତେବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ପନିପରିବା, ସଉଦା ଓ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଜରୁରିକାଳୀନ ସେବାରେ ନିୟୋଜିତ ଗାଡି ଗୁଡିକ ପାଇଁ ଏହି ନିୟମକୁ ବାଦ ଦିଆଯାଇଛି । ରାସ୍ତାରେ ଗାଡି ଚଲାଇଲେ ଦୁଇଚକିଆ ଯାନ ପାଇଁ ୧୦୦୦ ଟଙ୍କା ଓ ଚାରିଚକିଆ ଯାନ ପାଇଁ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଆବଶ୍ୟକ ସ୍ଥଳେ ଗାଡି ଜବତ କରିବା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରା ଯିବ । ସେହିପରି ମାସ୍କ କିମ୍ବା ମୁହଁରେ ରୁମାଲ ବାନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏହାଦ୍ୱାରା ଭୁତାଣୁ ସଂକ୍ରମଣ ହେବା ଆଶଙ୍କା ବହୁତ କମ୍ ରହିଛି । ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସେବା ନିମନ୍ତେ ଗାଡି ଚଳାଚଳ ନିମନ୍ତେ ଦେଇଥିବା ପାସର ଦୁରୋପଯୋଗ କରାଗଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସମସ୍ତ ପନିପରିବା, ସଉଦା, ବେକେରି, କ୍ଷିର ଦୋକାନ ଆଦି ଅତ୍ୟାବଶ୍ୟକୀୟ ସମାଗ୍ରୀ ଦୋକାନର ସମୟକୁ ପରିବର୍ତନ କରାଯାଇଛି । ପୂର୍ବରୁ ସକାଳ ୭ ଟାରୁ ସଂଦ୍ଧ୍ୟା ୫ ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବର୍ତମାନ ଏହାକୁ ହ୍ରାସ କରାଯାଇ ସକାଳ ସାତ ଘଂଟିକାରୁ ମଧ୍ୟାହ୍ନ ୧ ଘଂଟିକା ପର୍ଯ୍ୟନ୍ତ କରାଯାଇଛି ।

ଏଥିସହ ବ୍ୟବସାୟ ସମୟରେ ସାମାଜିକ ଦୂରତା ରଖିବା ଆବଶ୍ୟକ। ଏହାକୁ ଖିଲାପ କରିଥିବା ଖିଲାପକାରୀଙ୍କ ଉପରେ ୨୦୦୦ ଟଙ୍କା ପ ର୍ଯ୍ୟନ୍ତ ଜୋରିମାନା ଏବଂ ଆବଶ୍ୟକ ସ୍ଥଳେ ଦୋକାନ ସିଲ, ଅପରାଧିକ ମାମଲା ସହ ଦୋକାନିଙ୍କ ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏକ ବାର୍ତାରେ ସୂଚନା ଦେଇଛନ୍ତି । ମାଲକାନଗିରି ସହର ଓ ଡି.ଏନ.କେରେ ଥିବା ଆମିଷ ବଜାରରେ ସାମାଜିକ ଦୂରତା ଉଲଂଘନ ହେଉଥିବାରୁ ଏହାକୁ ସାପ୍ତାହିକ ବଜାରକୁ ସ୍ଥାନାନ୍ତରୀତ କରାଯାଇଛି। ଏହି ୨ ଟି ବଜାରରେ ସାମାଜିକ ଦୂରତା ବିଶେଷ କରି ପାଳନ କରାଯାଉନଥିବା ଜଣାପଡ଼ିବା ପରେ ପ୍ରଶାସନ ଏହି ନିଷ୍ପତି ନେଇଛି। ଯଦି ସାମାଜିକ ଦୂରତାର ଅଧିକ ଉଲଂଘନ ହେବ ତେବେ ସେହି ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ଜିଲ୍ଲା ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଏହି ନିୟମ ଆଜିଠାରୁ ଲାଗୁ ହେବା ନେଇ ସୂ ଚନା ଦେଇଥିବା ବେଳେ ମାଲକାନଗିରି ଜନସାଧାରଣ ଯେଭଳି ଏହି ନିୟମକୁ ପାଳନ କରି ପ୍ରଶାସନକୁ ସହ ଯୋଗ କରିବା ସହ ନିଜର ସୁରକ୍ଷା, ପରିବାରର ସୁରକ୍ଷା ଓ ସମାଜକୁ ସୁରକ୍ଷିତ ରଖିବାକୁ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଛନ୍ତି ।