ମାଲକାନଗିରି,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଅଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ଗତ ୩ରୁ ୪ ଦିନ ଲଗାଣ ବର୍ଷା କାରଣରୁ ମାଲକାନଗିରି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ସ୍ଥାନ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏଥିସହିତ ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, ଏମଭି ୩୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗମନାଗମନରେ ବାଧାପ୍ରାପ୍ତ ହୋଇଛି। ମାଲକାନଗିରିରୁ ଜୟପୁର, ବାଲିମେଳା, କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାରେ ଥିବା ଅନ୍ୟାନ୍ୟ ପୋଲ ଓ ରାସ୍ତାରେ ୪ରୁ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି। କେତେକ ଘର ମଧ୍ୟ ଭାଙ୍ଗି ଯାଇଛି। ଜଳ ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି।
ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନ ହାନି ହୋଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।