ମନ୍ତ୍ରୀଙ୍କ ମାଲକାନଗିରି ଇକୋ ପାର୍କ ପରିଦର୍ଶନ

ମାଲକାନଗିରି,ଏନ୍ଏନ୍ଏସ୍: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ମାଲକାନଗିରି ସତୀଗୁଡ଼ା ଜଳ ଭଣ୍ଡାର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ସାରକା ସତୀଗୁଡ଼ା ଇକୋ ପାର୍କ ଓ କର୍ଟେଜ ବୁଲିବା ସହ ଜଳ ଭଣ୍ଡାରରେ ବୋଟିଂ କରି ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିଥିଲେ। ଏଥିସହିତ ସତିଗୁଡ଼ା ଜଳ ଭଣ୍ଡାର ମଧ୍ୟରେ ଥିବା ସ୍ୱତନ୍ତ୍ର ପଞ୍ଜୁରି ମାଛ ଚାଷ ମଧ୍ୟ ପରିଦର୍ଶନ କରିଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡମା ରାବା ଓ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାୟକଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।