କରୋନା ଆକ୍ରାନ୍ତ ହୋଇ ବି କୋଭିଡ ଚିକିତ୍ସାଳୟରେ ରୋଗୀ ସେବା କରୁଛନ୍ତି ଡାକ୍ତର

ମାଲକାନଗିରି,ଏନ୍ଏନ୍ଏସ୍: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। କରୋନା କାଳରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ପ୍ରଶଂସନୀୟ। ଏହି ଆଗଧାଡ଼ିର କରୋନା ଯୋଦ୍ଧାମାନେ ଦିନରାତି ଏକକରି ସେବା ଯୋଗାଇ ଆସୁଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା.ପ୍ରଫୁଲ୍ଲ କୁମାର ବେହେରା କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ କୋଭିଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। ତାଙ୍କର ଏହି ସେବା କାର୍ଯ୍ୟକୁ ଜିଲ୍ଲାବ୍ୟାପି ପ୍ରଶଂସା କରାଯାଉଛି। ପ୍ରକାଶ ଯେ, ସେ କୋଭିଡ ଚିକିତ୍ସାଳୟରେ ଆଇସିୟୁରେ ଚିକିତ୍ସା ରୋଗୀ ଚିକିତ୍ସା କରୁଥିବାବେଳେ ତାଙ୍କୁ କରୋନା ଲକ୍ଷଣ ଦେଖାଦେଇଥିଲା। ପରୀକ୍ଷା ପରେ ଗତ ୭ ତାରିଖରେ ତାଙ୍କର ପଜିଟିଭ୍ ବାହାରିଥିଲା