ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୮କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳର ୭ ଜଣ, ବାଲିମେଳା ଏନଏସିର ଜଣେ, ମାଥିଲି ବ୍ଲକର ଜଣେ, ମାଲକାନଗିରି ବ୍ଲକର ଜଣେ, କାଲିମେଳା ବ୍ଲକର ୨ ଜଣ ଓ ଚିତ୍ରକୋଣ୍ଡା ବ୍ଲକର ଜଣେ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୪୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୯୧୬ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ୪୯୫ ଜଣ ଚିକିତ୍ସାଧୀନ ଅଛନ୍ତି।