ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବଜାରକୁ ୨୪ ଘଣ୍ଟିଆ ସଟଡାଉନ କଲେ ସରପଞ୍ଚ

ପାଟଣା,ଏନ୍ଏନ୍ଏସ୍: କରୋନା ସାରା ରାଜ୍ୟରେ ଚିନ୍ତା ବଢ଼ାଇ ଥିବା ବେଳେ ପ୍ରବାସୀ ଓଡିଆ ଏବେ ପଞ୍ଚାୟତକୁ ଫେରି ଲେଣି। ପାଟଣା ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତକୁ ସୁରଟ କେରଳ ଚେନ୍ନାଇ ଆଦିରୁ ପ୍ରବାସି ମାନେ ଫେରୁଛନ୍ତି। ତେବେ ସୋମବାର ଦିନ ଏକ ବସରେ ସୁରଟ ଫେରନ୍ତା କୋଲକାତାକୁ ଯାଉ ଥିବା ବେଳେ କେତେକ ଲୋକେ ମଲୀପସି ଠାରେ ବସ ଅଟକାଇ ବିଭିନ୍ନ ଦୋକାନକୁ ଯାଇ ଜିନିଷ କିଣା କିଣି କରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ମୁଷାଖୋରୀ ସରପଞ୍ଚ ଭାମାମଣୀ ଦାସ ଓ ଜିଲ୍ଲା ପରିଷଦ ସୁରେଶ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିସ୍ଥିତକୁ ଦେଖି ତୁରନ୍ତ ବଜାରକୁ ୨୪ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଟଣା ଅଗ୍ନିଶମ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ମଲ୍ଲୀପଶି ବଜାରକୁ ବିଶୋଧନ କରାଯାଇଥିଲା।

ଏଥିସହ ବଜାରରେ ୨୪ ଘଣ୍ଟା ଯାଏ ସମସ୍ତ ଦୋକାନ ବନ୍ଦ ରଖିବା ପାଇଁ ସରପଞ୍ଚ ଭମାମଣି ଦାସ ଅନୁରୋଧ କରିଛନ୍ତି। ଏହାସହ ଔଷଧ ଦୋକାନ ଗୁଡିକ ଖୋଲା ରହିବାକୁ ଅନୁମତି ଦେଇଛନ୍ତି। ଆବଶ୍ୟକ ସ୍ଥଳରେ ଯଦି ବିଶେଷ ଲକ୍ଷଣ ପରିଲଖିତ ହୁଏ ତେବେ ୭୨ ଘଣ୍ଟା ସଟଡାଉନ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।