ମାଲିଙ୍ଗାଙ୍କ ହ୍ୟାଟ୍ରିକ୍: ଶ୍ରୀଲଙ୍କାର ଜିତ୍

ପାଲିକଲ୍,ଏଜେନ୍ସି: ଅଧିନାୟକ ଲାସିଥ ମାଲିଙ୍ଗାଙ୍କ ଘାତକ ବୋଲିଂ ସହାୟତାରେ ଏଠାରେ ଶୁକ୍ରବାର ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ଶ୍ରୀଲଙ୍କା ୩୭ ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ପରାଜୟସତ୍ତେ୍ୱ ନ୍ୟୁଜିଲାଣ୍ଡ ୩୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‍କୁ ୨- ୧ରେ ଜିତିନେଇଛି। ଏହି ମ୍ୟାଚ୍‌ରେ ୪୪ ଓଭର ବୋଲିଂ କରି ୬୬ ରନ୍ବିନିମୟରେ ହ୍ୟାଟ୍ରିକ୍ ସହ ୫ଟି ୱିକେଟ ନେଇଥିବା ମାଲିଙ୍ଗାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ଏବଂ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍ସାଉଦୀଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍‌ ବିବେଚିତ କରାଯାଇଛି।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮୮ ୱିକେଟ ହରାଇ ୧୨୫ ରନ୍ କରିଥିଲା। ଦଳ ପକ୍ଷରୁ ମାତ୍ର ୪ଜଣ ଖେଳାଳି ଡବଲ ଫିଗର ଛୁଇଁଥିଲାବେଳେଦାନୁସ୍କା ଗୁଣତିଳକ ସର୍ବାଧିକ ୩ନିରୋସନ ଡିକ୍ୱେଲା ୨୪ ଓ ଲାହିରୁ ମଦୁଶଙ୍କା ୨୦ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡର ଦୁଇ ସ୍ପିନର ମିଚେଲ ସାଣ୍ଟନର ଏବଂ ଟଡ ଆସ୍ଲେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପ୍ରତିପକ୍ଷମାଲିଙ୍ଗାଙ୍କ ବୋଲିଂରେ ଉଚିତ ମୁକାବିଲା କରି ନପାରି ୧୬ ଓଭରରେ ମାତ୍ର ୮୮ ରନ୍‌ କରି ଅଲ୍‍ଆଉଟ ହୋଇଯାଇଥିଲା।

ନ୍ୟୁଜିଲାଣ୍ଡ ଇନିଂସର ତୃତୀୟ ଏବଂ ନିଜ ବୋଲିଂର ଦ୍ୱିତୀୟ ଓଭରର ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲ୍ରେ ଯଥାକ୍ରମେ କଲିନ୍ମୁନ୍ରୋ (୧୨)ହାମିଶ ରଦରଫୋର୍ଡ (୦), କଲିନ୍ ଡି ଗ୍ରାଣ୍ଡହୋମ୍ () ଓ ରସ୍ ଟେଲର (୦)ଙ୍କ ୱିକେଟ ଅକ୍ତିଆର କରି ହ୍ୟାଟ୍ରିକ୍‌ସହ ୪ଟି ବଲ୍ରେ ୪ଟି ୱିକେଟ ଅକ୍ତିଆର କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ତାଙ୍କ ପରବର୍ତ୍ତୀ ଓଭରରେ ଓପନର ଟିମ୍ସେଇଫର୍ଟ (୮)ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଏହା ପରେ ଆକିଲା ଧନଞ୍ଜୟ ୨ଟି, ଲକ୍ଷଣସାଣ୍ଡାକାନ ଏବଂ ୱାନିନ୍ଦୁ ହାସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେବା ପରେ ଶ୍ରୀଲଙ୍କା ସହଜ ବିଜୟ ହାସଲ କରିଥିଲା।