ଭାରତର ଆର୍ଥିକ ସହାୟତା ପରେ ଆଭାର ବ୍ୟକ୍ତ କଲା ମାଳଦ୍ୱୀପ : ଚୀନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ମାଳଦ୍ୱୀପକୁ ଆର୍ଥିକ ସଙ୍କଟରୁ ବାହାର କରିବା ପାଇଁ ଭାରତ ୧୮୪୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। ଭାରତର ଏହି ସହାୟତା ପରେ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତଠାରେ ଆଭାର ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଇବ୍ରାହିମ ଟ୍ୱିଟ୍ କରି କହିଛନ୍ତି ଯେ, ‘ଯେବେ ବି ମାଳଦ୍ୱୀପକୁ କୌଣସି ମିତ୍ରର ଆବଶ୍ୟକତା ପଡ଼ିଛି, ଭାରତ ସର୍ବଦା ସେହି ସମୟରେ ଉପସ୍ଥିତ ରହିଛି। ଆର୍ଥିକ ସହାୟତା ରୂପେ ୧୮୪୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତବାସୀଙ୍କୁ ମୋ ତରଫରୁ ଧନ୍ୟବାଦ।’

ସୂଚନାଯୋଗ୍ୟ, ଏହି ଆର୍ଥିକ ସହାୟତା ଯୋଗୁ ଭାରତ ଓ ମାଳଦ୍ୱୀପର ସମ୍ପର୍କ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଏହା ଚୀନର ଚିନ୍ତା ବଢ଼ାଇ ଦେଇଛି। କାରଣ ଚୀନ ୭୪ କୋଟି ଟଙ୍କାର କରଜ ଫେରାଇବା ପାଇଁ ମାଳଦ୍ୱୀପକୁ ନୋଟିସ ପଠାଇଥିଲା।