ମଲାଇକାଙ୍କ ପୋଲଡ୍ୟାନ୍ସ ଭାଇରାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡ୍ ଆକ୍ଟ୍ରେସ୍, ଆଙ୍କର ଓ ମଡେଲ ମଲାଇକା ଆରୋରାଙ୍କ ପୋଲ୍ ଡ୍ୟାନ୍ସ ଖୁବ୍ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ। ପୋଲଡ୍ୟାନ୍ସରେ ମସଗୁଲ ମଲାଇକା ଏ ଭିଡିଓରେ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି। ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି ଏବର ନୁହେଁ, ଦୁଇ ବର୍ଷ ପୁରୁଣା।

ଏମଟିଭିର ସୋ’ ‘ଇଣ୍ଡିଆଜ ନେକ୍ସଟ ଟପ ମଡେଲ ସିଜନ ୩’ ପାଇଁ ଏହି ପୋଲଡ୍ୟାନ୍ସ ସୁଟିଂ ହୋଇଥିଲା, ଯେଉଁଥିରେ ମଲାଇକା ଧୁମ ଧଡ଼ାକା ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ ଓ ଆଉ ଫଟୋ ପାଇଁ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଏହି ପୋଲଡ୍ୟାନ୍ସ ଭିଡିଓ ଦୁଇ ବର୍ଷ ପୁରୁଣା ହୋଇଥିଲେ ହେଁ ଏହାକୁ ଢେର ଦର୍ଶକ ଦେଖୁଛନ୍ତି। ଆଇଟମ ଡ୍ୟାନ୍ସ ଓ ଟିଭି ସୋ’ର ଜଜ୍ ଭାବେ ବେଶ୍ ଜଣାଶୁଣା ମଲାଇକା। ‘କାଣ୍ଟେ’ ଫିଲ୍ମର ‘ମାହି ବେ…’ ଗୀତରେ ମଲାଇକାଙ୍କ ଡ୍ୟାନ୍ସକୁ ଆଜି ବି ମନେରଖିଛନ୍ତି ଦର୍ଶକ।