ବଦଳୁଛି ମଲାଇକାଙ୍କ ମୁଡ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡ ଆକ୍ଟ୍ରେସ୍, ମଡେଲ ତଥା ଟିଭି ଉପସ୍ଥାପିକା ମଲାଇକା ଅରୋରା ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ଘରେ ରହି ସେ କରନ୍ତେ ବା କ’ଣ? ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭଳିକି ଭଳି ଫଟୋ ସେୟାର କରି ପ୍ରଶଂସକଙ୍କୁ ଖୁସି କରୁଛନ୍ତି। କେତେବେଳେ ସେ ରୋଷେଇ କରୁଥିବା ଦେଖିବାକୁ ମିଳୁଛି ତ ଆଉ କେବେ ୱର୍କଆଉଟ୍ କରୁଥିବା ବେଳର ଫଟୋ ଛାଡ଼ି ଚର୍ଚ୍ଚାରେ ରହୁଛନ୍ତି ମଲାଇକା। ନିକଟରେ ମଲାଇକା ଚାରିଟି ଫଟୋର ଏକ କୋଲାଜ ସେୟାର କରିଛନ୍ତି। ଏହି ଚାରିଟି ଫଟୋରୁ କେଉଁଥିରେ ସେ ମସ୍ତି କରୁଥିବା ଦେଖିବାକୁ ମିଳୁଛନ୍ତି ତ ଆଉ କେଉଁ ଫଟୋରେ ଅଛନ୍ତି ରିଲାକ୍ସ ମୁଡରେ। ଆଉ କେଉଁ ଫଟୋରେ ସେ କ୍ୟାମେରାକୁ ଚାହିଁ କେବଳ ହସୁଛନ୍ତି। କୋଲାଜ ସେୟାର କରି ମଲାଇକା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଲକଡାଉନରେ ମୋର ଅଲଗା ଅଲଗା ଷ୍ଟେଜ।’ ମଲାଇକାଙ୍କ ଏ ଫଟୋ ଦେଖି ଅନେକ ପ୍ରଶଂସକ କମେଣ୍ଟ କରିବା ସହ ମଲାଇକା ଖୁବ କ୍ୟୁଟ ଦିଶୁଛନ୍ତି ବୋଲି ଲେଖିଛନ୍ତି। ଏସବୁ ବାଦ ଅର୍ଜୁନ କପୁରଙ୍କ ସହ ଆଫେୟାର୍ସକୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ଆସୁଛନ୍ତି ମଲାଇକା।