ଅଭିନେତ୍ରୀ ମଲାଇକା ଅରୋଡ଼ା ନେଲେ ଟିକା

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକାକରଣକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ଆଉ ଏଥିରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଜୋରସୋରରେ ସାମିଲ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ମଲାଇକା ଅରୋଡ଼ା ଆଜି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଛନ୍ତି। ଏସମ୍ପର୍କରେ ସେ ନିଜେ ସୋଶିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ସେ ସମସ୍ତଙ୍କୁ ଟିକା ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମଲାଇକା ଟିକା ନେବାର ଦିନକ ପୂର୍ବରୁ ଅମିତାଭ ବଚ୍ଚନ ଟିକା ଲଗାଇଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଟିକା ନେଇଛନ୍ତି।