୧୭ଦିନ ବନ୍ଦ ରହିବ ମହିନ୍ଦ୍ରା ଗାଡ଼ି ପ୍ରଡକ୍ସନ

ଭାରତର ପ୍ରସିଦ୍ଧ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅଟୋ କମ୍ପାନୀ ୧୭ ଦିନ ପାଇଁ ପ୍ରଡକ୍ସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ତା ଚାଲିଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ୭୭ ଏବଂ ୯୯ ସେପ୍ଟେମ୍ବରରେ ମାରୁତି ସୁଜୁକିର ମାନେସରଗୁରୁଗ୍ରାମ୍ ପ୍ଲାଣ୍ଟର ପ୍ରଡକ୍ସନ ବନ୍ଦ ରହିଥିଲା। ସେହିପରି ହିନ୍ଦୁଜା ସମୂହ ପ୍ରମୁଖ ଅଶୋକ ଲିଲେଣ୍ଡ ୧୬ଦିନ ପାଇଁ ପ୍ଲାଣ୍ଟ ବନ୍ଦ କରିବାକୁ ଘୋଷଣା କରିଛି । ଏଥିସହ ମହିନ୍ଦ୍ରା ପକ୍ଷରୁ କୁହାଯାଇଛି ଯେ କୃଷି ଉପକରଣ କ୍ଷେତ୍ରରେ ଆସନ୍ତା ମାସ ୩ଦିନ ଉତ୍ପାଦନ ବନ୍ଦ ରହିବ ।

ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସରେ ମହିନ୍ଦ୍ରାର ମୋଟ ବିକ୍ରିରେ  ୨୫ ପ୍ରତିଶତ କମ୍ ହୋଇଥିଲା । ଯାହାଦ୍ୱାରା କମ୍ପାନୀର ୩୬ହଜାର ୮୫ଟି ଗାଡି ବଳକା ରହିଥିଲା । ଗତବର୍ଷ ଅଗଷ୍ଟ ମାସରେମହିନ୍ଦ୍ରାର ୪୮ହଜାର ୩୨୪ଟି ଗାଡି ବିକ୍ରି ହୋଇଥିଲା । ତେବେ ଦେଶର ବାହନ ବିକ୍ରି ଆକଳନରେ ଏହା ୨୦ ବର୍ଷ ତଳକୁ ପହଞ୍ଚି ଯାଇଛି।