କେନ୍ଦ୍ର ଆମକୁ କମ୍ ଏବଂ ୟୁପି,ଏମପି ଓ ଗୁଜରାଟକୁ ଅଧିକ ଭ୍ୟାକ୍ସିନ ଦେଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ମୁମ୍ବାଇ: କରୋନା ଭ୍ୟାକ୍ସିନକୁ ନେଇ ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାକୁ ଅଧିକ ପରିମାଣରେ ଭ୍ୟାକ୍ସିନ ଡୋଜ୍ ଦେଇଥିବା ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଆରୋପ ଲଗାଇଛନ୍ତି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟରେ ଖୁବ୍ କମ୍ ପରିମାଣରେ ଭ୍ୟାକ୍ସିନ ଥିବା ସତ୍ୱେ କେନ୍ଦ୍ର ସରକାର ମାତ୍ର ୭ଲକ୍ଷ ଡୋଜ୍ ପଠାଇଛନ୍ତି। ଭ୍ୟାକ୍ସିନକୁ ନେଇ ମୁଁ ଓ ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛୁ। ତଥାପି ମହାରାଷ୍ଟ୍ର ସହ ଭେଦଭାବ କରାଯାଉଛି। ମହାରାଷ୍ଟ୍ରରେ ଖୁବ୍ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲା ମଧ୍ୟ ଅଧିକ ରହିଛି। ଏହାସତ୍ୱେ ବି କ’ଣ ପାଇଁ ଆମକୁ କମ୍ ଭ୍ୟାକ୍ସିନ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।