ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ମହାମାରୀରୁ ମହାରାଷ୍ଟ୍ରବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଠାକରେ କହିଛନ୍ତି ଯେ, ଏହି କରୋନା ଲହର ଖୁବ୍ ବିପଦଜନକ। ଏଥିରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏକାଠି କାମ କରିବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଠାକରେ ପ୍ରଧାନମନ୍ତ୍ରୀଙ୍କୁ କିଛି ଦାବି ଜଣାଇଛନ୍ତି। ପ୍ରଥମତଃ, ଜିଏସଟି ରିଟର୍ଣ୍ଣ ପୈଠର ଅବଧି ୩ ମାସ ଆଗକୁ ବଢ଼ାଇ ଦିଆଯାଉ। ଏଥିସହିତ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଗରିବ ଲୋକଙ୍କୁ ସହାୟତା କରିବା ପାଇଁ ଅନୁମତି ପ୍ରଦାନ କରାଯାଉ। ଦ୍ୱିତୀୟରେ ରାଜ୍ୟର ଅନେକ ଛୋଟ ବଡ଼ ବ୍ୟବସାୟୀ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରୁଛନ୍ତି। କିନ୍ତୁ କରୋନା ଯୋଗୁ ସେମାନଙ୍କ କାମ ଧନ୍ଦା ପ୍ରଭାବିତ ହୋଇଥିବାରୁ ପ୍ରଥମ ୩ ମାସର କିସ୍ତିକୁ ସ୍ଥଗିତ ରଖାଯାଉ। ଆଉ ଏହି ସମୟରେ ଲଗିବାକୁ ଥିବା ସୁଧକୁ ଛାଡ଼ କରନ୍ତୁ।