ମୁଖ୍ୟମନ୍ତ୍ରୀ ପଦରୁ ପଡନାଭିସଙ୍କ ଇସ୍ତଫା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାବିସ୍। ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳ ଭଗତସିଂ କୋସ୍ୟାରିଙ୍କ ନିକଟରୁ ପଠାଇ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସରିବାର ଠିକ୍ ଦିନକ ପୂର୍ବରୁ ସେ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ବିଜେପି ଓ ଶିବସେନା ମଧ୍ୟରେ କୌଣସି ସମାଧାନର ସୂତ୍ର ବାହାରି ନପାରିବାରୁ ଫଡନାବିସ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଅବସରରେ ଶ୍ରୀ ଫଡନାବିସ୍ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।