ମହାରାଷ୍ଟ୍ରରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ହାତେଇବା ପାଇଁ ବିଜେପି ଓ ଶିବସେନାର ପ୍ରୟାସ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା ଲାରେ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ଶିବସେନା ଦାବି କରିଛି। ଏ ନେଇ ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାରେ ବୁଝାମଣା ହୋଇଥିଲା। ଏବେ ବିଜେପି ଏହାର ପୂର୍ବ ପ୍ରତିଶ୍ରୁତି ପୂରଣ କରୁ ଏବଂ ୫୦-୫୦ ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ପାଇଁ ଉଭୟ ଦଳ ପାଖରେ ରହୁ ବୋଲି ଶିବସେନା ଦାବି କରିଛି।

ଏହାକୁ ବିଜେପି ପକ୍ଷରୁ ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କୁହାଯାଇଛି। ଏହି ସମୟରେ ଉଭୟ ବିଜେପି ଏବଂ ଶିବସେନା ସ୍ୱାଧୀନ ବିଧାୟକମାନଙ୍କୁ ନିଜ ପଟକୁ ଆଣିବାଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ବିଜେପିକୁ ତିନିଜଣ ସ୍ୱାଧୀନ ବିଧାୟକ ଗୀତା ଜୈନ, ରାଜେନ୍ଦ୍ର ରାଉତ ଏବଂ ରବି ରାଣା ସମର୍ଥନ ଘୋଷଣା କରିଛନ୍ତି। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟି ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି।

ଅନ୍ୟପଟେ ୨ଜଣ ସ୍ୱାଧୀନ ବିଧାୟକ ବାଚୁ କାଜୁ ଏବଂ ରାଜକୁମାର ପଟେଲ ଶିବସେନାକୁ ସମର୍ଥନ ଦେବେ ବୋଲି ସୂଚନା ମିଳିଛି।