ସ୍ୱାଭାବିକ ଓ ସହଜ ହେଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ,ଏନ୍ଏନ୍ଏସ୍: ଆଜିଠାରୁ ପୁଣି ସ୍ୱାଭାବିକ ହେଲା ମହାପ୍ରଭୁଙ୍କ ଦର୍ଶନ। ଏନେଇ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଲାଗିଥିବା ବ୍ୟାରିକେଡକୁ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଏହାଦ୍ୱାର ଶ୍ରୀମନ୍ଦିରକୁ ଯିବାକୁ ଆଉ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିବନି। ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବ୍ୟାରିକେଡ ଦ୍ୱାରା ବୟସ୍କ ଓ ଛୋଟ ପିଲାଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହାଦ୍ୱାରା ସେମାନଙ୍କୁ ଅଧିକ ଲମ୍ବା ରାସ୍ତା ଚାଲିବାକୁ ପଡ଼ୁଥିଲା। ହେଲେ ଏବେ ମହାପ୍ରଭୁଙ୍କ ଦର୍ଶନ ସହଜ ହୋଇଛି। ଗତକାଲି ଶ୍ରୀମନ୍ଦିର ସାନିଟାଇଜେସନ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଥିଲା। ଆଜିଠାରୁ ପୁଣି ସ୍ୱାଭାବିକ ଭାବରେ ଦର୍ଶନ ଆରମ୍ଭ ହୋଇଛି।
ଗତ ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବା ପରେ ବର୍ତ୍ତମାନ ଭକ୍ତଙ୍କ ଭିଡ ବଢ଼ୁଛି।