ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ରହିଥିବା ମହନ୍ତ ନରେନ୍ଦ୍ର ଗିରିଙ୍କୁ ବାଘମ୍ବରୀ ମଠରେ ସମାଧି ଦିଆଯାଇଛି। ଏହି ସମୟର ୧୩ଟି ଆଖଡ଼ା ପରିଷଦର ପ୍ରତିନିଧିଙ୍କ ସମେତ ବଡ଼ ସଂଖ୍ୟାରେ ସାଧୁସନ୍ଥ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ନରେନ୍ଦ୍ରଙ୍କୁ ସନ୍ଥ ସମାଜର ରୀତିନୀତି ଅନୁସାରେ ବସିଥିବା ମୁଦ୍ରାରେ ଭୂ-ସମାଧି ଦିଆଯାଇଥିଲା। ଭୂ-ସମାଧି ପୂର୍ବରୁ ନରେନ୍ଦ୍ରଙ୍କ ପାର୍ଥୀବ ଶରୀରକୁ ସଙ୍ଗମ ନିଆଯାଇଥିଲା। ସେଠାରେ ତାଙ୍କ ଶରୀରକୁ ସ୍ନାନ କରାଯାଇବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ତାଙ୍କ କଠୋରୀରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମରେ ମଧ୍ୟ ତାଙ୍କ ମୃତ୍ୟୁ ଫାଶୀ ଯୋଗୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ଆଗାମୀ ଯାଞ୍ଚ ପାଇଁ ବିସରା ସୁରକ୍ଷିତ ରଖାଯାଇଛି। ଅନ୍ୟପଟେ ମହନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ୧୮ ସଦସ୍ୟ ବିଶିଷ୍ଟ ବିଶେଷ ଯାଞ୍ଚ ଦଳ(ଏସଆଇଟି) ଗଠନ କରାଯାଇଛି। ଏଥିସହିତ ହରିଦ୍ୱାରରେ ତାଙ୍କର ଜଣେ ଶିଷ୍ୟକୁ ପୁଲିସ ହେପାଜତରେ ନେଇଛି।