ଫେବୃଆରୀ ପହିଲାକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ଓଡିଶା ଏବଂ ଛତିଶଗଡ ମହାନଦୀ ଜଳ ବିବାଦର ଶୁଣାଣି ଆସନ୍ତା ବର୍ଷ ଫେବୃଆରୀକୁ ଘୁଞ୍ଚିଛି। ମହାନଦୀ ଜଳବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଶେଷ ହୋଇଛି। ଓଡ଼ିଶା ଏବଂ ଛତିଶଗଡ଼ ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଞ୍ଚଳର ପ୍ରଥମ ପର୍ୟ୍ୟାୟ ପରିଦର୍ଶନ କରିଥିବା ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି ।

ଏହା ସହ ଟ୍ରିବ୍ୟୁନାଲଙ୍କୁ ଉଭୟ ପକ୍ଷରୁ ନିବେଦନ କରାଯାଇଥିଲା କି ପ୍ରକଳ୍ପ ସମ୍ପର୍କରେ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି । ତେଣୁ ଟ୍ରିବ୍ୟୁନାଲ ଦ୍ବିତୀୟ ପର୍ୟ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଅନୁମତି ଦେଇଛନ୍ତି।
ଉଭୟ ରାଜ୍ୟର ଅଧିକାରୀ ଆଗାମୀ ଜାନୁଆରି ମାସରେ କ୍ଷେତ୍ର ପରିଦର୍ଶନ କରିବେ। ପ୍ରଥମେ ଛତିଶଗଡ଼ ଟିମ ଜାନୁଆର ୧୪ ତାରିଖରେ କ୍ଷେତ୍ର ପରିଦର୍ଶନରେ ଆସିବେ ଏବଂ ଜାନୁଆର ୧୬ ତାରିଖରେ ଓଡ଼ିଶା ଟିମ ଛତିଶଗଡ଼ ପ୍ରକଳ୍ପ ପରିଦର୍ଶନ କରିବେ।
ଏହାଛଡ଼ା ଟ୍ରିବ୍ୟୁନାଲ ଦୁଇଜଣ ଆସେସରଙ୍କୁ ନିଯୁକ୍ତ କରିଛନ୍ତି।