ପବିତ୍ର ମହାଳୟା ଅମାବାସ୍ୟା

ଆଜି ପବିତ୍ର ମହାଳୟା ଅମାବାସ୍ୟା, ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଏହି ଅବସରରେ ଶନିବାର ଶ୍ରୀକ୍ଷେତ୍ରରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରର ୨୨ ପାହଚ, ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ତେବେ ଆଜିର ଦିନରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତିଲାଭ କରିଥାନ୍ତି ବୋଲି ପୁରାଣରେ କୁହାଯାଇଛି।

ସେହିପରି ପିତୃପକ୍ଷର ଶେଷ ଦିନ ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠିତ ଦେବୀ ମା’ ସମଲେଶ୍ୱରୀଙ୍କଧବଳମୁଖୀ ବେଶ। ମା’ଙ୍କ ଏହି ବେଶ ବର୍ଷରେ ଥରେ ହେଉଥିବାବେଳେ ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତହୋଇଛି।