ଉଗ୍ରରୂପ ନେଉଛି ‘ମହା’, ୬ରେ ଗୁଜୁରାଟ ଉପକୂଳ ଛୁଇଁବ

ଆରବ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଘୂର୍ଣ୍ଣଝଡ଼ ‘ମହା’ ସଭିୟରିକ ସାଇକ୍ଲୋନିକ୍‌ ଷ୍ଟ୍ରମରେ ପରିଣତ ହୋଇଛି। ପାଣିପାଗ ବିଭାଗ ସୂଚନା ମୁତାବକ ବର୍ତ୍ତମାନ ଘୂର୍ଣ୍ଣିଝଡ଼ ଗୁଜୁରାଟର ପୋର ବନ୍ଦର ଠାରୁ ୬୪୦କିଲୋମିଟର ଦୂରରେ ଥିବାବେଳେ ଏହା ଆସନ୍ତା ୬ତାରିଖରେ ସ୍ଥଳଭାଗ ଛୁଇଁବ। ଏହି ପରିପ୍ରେକ୍ଷୀରେ ଏହି ଘୁର୍ଣ୍ଣିଝଡ଼ ଗୁଜୁରାଟ ଉପକୂଳର ଡିଓଠାରୁ ଦ୍ୱାରିକା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୦୦ରୁ ୧୧୦କିଲୋମିଟର ରହିବ ବୋଲି ଜଣାଯାଇଛି।ସେହିପରି ଘୁର୍ଣ୍ଣିଝଡ଼ ମହା ଗୁଜୁରାଟର ଉପକୂଳରୁ ୫୯୦ କିଲୋମିଟର ଦକ୍ଷିଣ ପଶ୍ଚିମରେ ରହିପାରେ ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଗୁଜୁରାଟ ଉପକୂଳ ସମେତ ଉତ୍ତର ମହାରାଷ୍ଟ୍ରରେ ବର୍ଷା ଲାଗି ରହିଛି, ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢ଼ିବ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବାକୁ ସୂଚନା ଦିଆଯିବା ସହ ଏନଡିଅରଏଫ୍ ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।