ସରକାରୀ ଜମିରେ ନିର୍ମାଣ ମଦ୍ରାସାକୁ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

ତେଲକୋଇ/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତର ମଧୁସୂଦନପୁର ଗୁଣ୍ଡୁରିଜୋଡା ଠାରେ ବେଆଇନ ଭାବେ ସରକାରୀ ଜମିରେ ନିର୍ମିତ ହୋଇଥିବା ମଦ୍ରାସାକୁ ଜିଲ୍ଳା ପ୍ରଶାସନ ଉଚ୍ଛେଦ କରିଛି । ସରକାରୀ ଜମିରେ ମଦ୍ରାସାକୁ ବିରୋଧକରି ସ୍ଥାନୀୟ ଜନସଧାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଏ ସମ୍ପର୍କରେ ଲୋକମାନେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସୋମବାର ସମ୍ପୃକ୍ତ ମାଦ୍ରସାକୁ ଉଛେଦ କରାଯାଇଛି । ଉଚ୍ଛେଦ ସମୟରେ ତେଲକୋଇ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶ୍ୱିନୀ ନାଏକ, ତେଲକୋଇ ଥାନା ଅଧିକାରୀ ପଦ୍ମସିନୀ ମେହେର, ସବ୍ ଇନସ୍ପେକ୍ଟର ଇନ୍ଦ୍ରମଣୀ ଶତପଥୀ, ରାଜସ୍ବ ନିରୀକ୍ଷକ ଗୌରହରି ନାଏକ ଓ ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ ।