୬୦ ଘଣ୍ଟା ଲକଡାଉନ ରହିବ ମଧ୍ୟପ୍ରଦେଶ

ଭୋପାଳ: ମଧ୍ୟପ୍ରଦେଶର ସବୁ ସହର ୬୦ ଘଣ୍ଟା ପାଇଁ ଲକଡାଉନ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୂଚନା ପ୍ରଦାନ କରିଛନ୍ତି। ଫଳରେ ଶୁକ୍ରବାର ସଂନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଲକଡାଉନ ଜାରି ରହିବ। ଦିନକ ପୂର୍ବରୁ ମଧ୍ୟପ୍ରଦେଶରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫ ଦିନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଶନିବାର ଓ ରବିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏଥିସହିତ କାର୍ଯ୍ୟାଳୟର ସମୟସୀମା ବଢ଼ାଇ ୧୦ଟାରୁ ୬ଟା କରି ଦିଆଯାଇଛି।