‘ଲକଡାଉନ’ ଉପରେ ଫିଲ୍ମ ନିର୍ମାଣ କରିବେ ମଧୁର

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏବେ କରୋନା ସଂକ୍ରମଣ ପରେ ଦେଶରେ ଜାରି ହୋଇଥିବା ଲକଡାଉନକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏସମ୍ପର୍କରେ ନିଜେ ମଧୁର ସୂଚନା ପ୍ରଦାନ କରିଛନ୍ତି। ଏହି ଫିଲ୍ମର ନାମ ‘ଇଣ୍ଡିଆ ଲକଡାଉନ’ ରଖାଯିବ। ଫିଲ୍ମର ସୁଟିଂ ଜାନୁଆରୀ ମଧ୍ୟ ଭାଗରୁ ଆରମ୍ଭ ହେବ। ଫିଲ୍ମର ଅଧିକାଂଶ ସୁଟିଂ ମୁମ୍ବାଇ ଓ ତା’ ଆଖପାଖ ଅଞ୍ଚଳରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଧୁର ଭଣ୍ଡାରକରଙ୍କ ଶେଷ ଫିଲ୍ମ ‘ଇନ୍ଦୁ ସରକାର’ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାରି ହୋଇଥିବା ଆପାତକାଳୀନ ଉପରେ ପର୍ଯ୍ୟବେସିତ ଥିଲା। ମଧୁର ‘ଫ୍ୟାଶନ୍’, ‘ହିରୋଇନ’, ‘କ୍ୟାଲଣ୍ଡର ଗାର୍ଲ’ ଓ ‘ପେଜ ଥ୍ରୀ’ ଭଳି ଫିଲ୍ମ ପ୍ରସ୍ତୁତ କରି ବେଶ୍ ପରିଚିତ ହୋଇଛନ୍ତି।