ଭୈରବୀଙ୍କ ପରେ ମା ଦୁର୍ଗାଙ୍କ ପାର୍ଶ୍ୱ ପଥର ମୂର୍ତ୍ତି ଚୋରି

କୋରୁକୋଣ୍ଡା, ଏନ୍ଏନ୍ଏସ୍: ଦେଶ ତମାମ ଦଶହରା ଅବସରରେ ମା ଦୁର୍ଗା ଙ୍କୁ ବିଭିନ୍ନ ପୀଠ ଓ ମଣ୍ଡପରେ ପୂଜା ପାଉଥିବା ବେଳେ ମାଲକାନଗିରି ଜିଲ୍ଲାର ଓରକେଲ ଥାନା ଅଧିନସ୍ଥ ପର୍କନମାଳା ପଞ୍ଚାୟତ ର ସୁନାନଗର ଘାଟିରେ ଥିବା ବହୁତ ଆଦିମ କାଳରୁ ପୂଜା ପାଉଥିବା ଠାକୁରାଣୀ ମା ଙ୍କ ୩ ଗୋଟି ପଥର ମୂର୍ତ୍ତି ପୂଜା ପାଉଥିବା ବେଳେ ଗୋଟିଏ ପଥର ମୂର୍ତ୍ତି ଚୋରି ହୋଇଥିବା ସୂଚନା ମିଳିଛି।

କିଛିଦିନ ତଳେ କୁଡୁମୁଲୁଗୁମ୍ମା ପଞ୍ଚାୟତ ର ପୁରୁଣାଗୁମ୍ମା ରେ ଥିବା ମା ଭୈରବି ଙ୍କ ମୂର୍ତ୍ତି ଚୋରି ହୋଇଥିବା ଘଟଣା ପଦାକୁ ଆସିଥିବା ବେଳେ ପୁଣିଥରେ ଏପରି ଘଟଣା ସାମ୍ନା କୁ ଆସିଛି ।

ମନ୍ଦିର ପୂଜକ ଙ୍କ କହିବାନୁଯାୟୀ  କିଛିଦିନ ପୂର୍ବରୁ  ମନ୍ଦିର ର ଘଣ୍ଟି, ଠାକୁର ଙ୍କ ଖଣ୍ଡା ଆଦି ଚୋରି ହୋଇ ଆସୁଥିଲା ଏନେଇ  ପିଲାକୁସୁମୀ ଗାଁର କିଛି ସ୍ଥାନୀୟ ଯୁବକ ଙ୍କୁ ମଧ୍ୟ ପଚରା ଉଚରା ସହ ଅଟକ ରଖାଯାଇଥିଲା।

କିନ୍ତୁ ଘଟଣା କୁ ସପ୍ତାହେ ନ ପୁରୁଣୁ ପୁଣିଥରେ ମନ୍ଦିର ମଧ୍ୟରେ ପାର୍ଶ୍ୱ ମୂର୍ତ୍ତି ଚୋରି ହୋଇଥିବା ଘଟଣା ପଦାକୁ ଆସିଛି । ଲୋକଙ୍କ କହିବା ଅନୁସାରେ ଦୁର୍ଗାପୂଜା ଚାଲିଥିବା ବେଳେ ମାଙ୍କ ମୂର୍ତ୍ତି ଚୋରି କରିବା ଏକ ଅଶୁଭ ସଂକେତ । ଏଣୁ ସୁନାନଗର ଘାଟିରେ ପଥର ମୂର୍ତ୍ତି ଚୋରି କୁ ନେଇ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।