ପୁଣି ଆର ବରଷକୁ…

ଭୁବନେଶ୍ୱର,ଏନ୍ଏନ୍ଏସ୍:ମଣ୍ଡପରୁ ମାଆ ଦୁର୍ଗା ଆଜି ମେଲାଣି ନେଉଛନ୍ତି। ପାପର ବିନାସ କରି ଜଗଦଜନନୀ ମାଆ ଦୁର୍ଗା ଫେରିଯାଉଛନ୍ତି। ପୁଣି ଆରବର୍ଷକୁ  ଦର୍ଶନ ଦେବେ। ଚଳିତବର୍ଷ କରୋନା କଟକଣା ପାଇଁ ଭକ୍ତଙ୍କ ଗହଳି ନଥିଲା।  ଭକ୍ତବିନା ମା ଦୁର୍ଗା ବିଶାଦ ମନରେ ବିସର୍ଜନ ହେଉଛନ୍ତି। ତେବେ ଟ୍ୱିନ ସିଟିରେ ଭସାଣି ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି । ଭୁବନେଶ୍ୱରରେ ଦୟାନଦୀ ଓ କୁଆଖାଇରେ କୁତ୍ରିମ ପୋଖରୀ ତିଆରି ହୋଇଛି । ହାଇକୋର୍ଟଙ୍କ କଟକଣା ଅନୁଯାୟୀ ଏଠାରେ ବିସର୍ଜନ କରାଯିବ ।

ବିଏମସିର ସୂଚନା ଅନୁଯାୟୀ, କୁଆଖାଇ ନଦୀକୂଳରେ ଦୁଇଟି ପୋଖରୀ ଖୋଳା ଯାଇଛି । ୩୭ ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ ମିଟର ଓସାରର ଦୁଇଟି ପୋଖରୀ ଖୋଳା ଯାଇଛି । ଏଠାରେ ୧୦୦ଟି ପ୍ରତିମୂର୍ତ୍ତି ବିସର୍ଜନ ହୋଇପାରିବ ।ସେହିପରି ଟଙ୍କପାଣି ବ୍ରିଜ ନିକଟରେ ୨୫ ମିଟର ଲମ୍ବ ୧୫ ମିଟର ଓସାରରେ ଏବଂ ଦୟା ବ୍ରିଜ ନିକଟରେ ୨୫ ମିଟର ଲମ୍ବ ୧୦ ମିଟର ଓସାରରେ ଫୋଖରୀ ଖୋଳା ଯାଇଛି। ଏଠାରେ ମୋଟ ୮୦ଟି ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି।