ଡ୍ୟାନ୍ସ ଦିୱାନେ ସିଜିନ୍-୨ରେ ବିଶାଲ ବିଜୟୀ

କଲର୍ସ ଟିଭିରେ ପ୍ରସାରିତ ମେଗା ରିଆଲିଟି ଶୋ ଡ୍ୟାନ୍ସ ଦିୱାନେ ସିଜିନ୍-୨ରେ ବିଶାଲ ସୋନକାର ବିଜୟ ମୁକୁଟ ପିନ୍ଧିଛନ୍ତି। ଶନିବାର ଡ୍ୟାନ୍ସ ଦିୱାନେ ସିଜିନ୍-୨ ଗାଣ୍ଡ୍ ଫାଇନାଲରେ ତାଙ୍କୁ ୱିନର୍ ଟ୍ରଫି ଦିଆଯାଇଛି। ୬ଜଣ ପ୍ରତିଯୋଗୀ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକ ଭୋଟ ପାଇଁ ବିଶାଲ ସର୍ବଶ୍ରେଷ୍ଠ ସ୍ଥାନରେ ରହିଥିଲେ। ୨୩ ବର୍ଷିୟ ବିଶାଲଙ୍କ ଘର ଜାମଶେଦପୁରରେ। ପିଲାଦିନୁ ସେ ବାପାଙ୍କୁ ହରାଇଥିଲେ। ବହୁ ଆର୍ଥିକ ସମସ୍ୟାକୁ ସମ୍ମୁଖୀନ କରି ଶେଷରେ ସେ ନିଜ ଲକ୍ଷ୍ୟକୁ ହାସଲ କରିପାରିଛନ୍ତି।