ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ଲୁକୁନାଥ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲି ଗାଁର ଭାରତୀ ବାରିକଙ୍କୁ ରକ୍ତର ଆବଶ୍ୟକ ଥିବା ବେଳେ ରକ୍ତଦାତା ମିଲନ ବାରିକ ଯୋଗାଯୋଗ କରିଥିଲେ ପରିବାର ଲୋକେ। ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ପରିସରରେ ଥିବା ରକ୍ତଭଣ୍ଡାରକୁ ମିଳନଙ୍କ ସହ ରକ୍ତଦାତା ଲୁକୁନାଥ ପଟେଲ ପହଞ୍ଚି ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇ ଥିଲେ। ଏନେଇ ବୁଦ୍ଧିଜୀବୀ ମହଲରେ ଲୁକୁନାଥଙ୍କୁ ପ୍ରଶଂସାର ସୁଅ ଛୁଟୁଛି।