ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୫୩ତମ ମ୍ୟାଚ୍ରେ ଲଖନଉ ସୁପର ଜ୍ୟାଣ୍ଟ ଦମଦାର ବିଜୟ ହାସଲ କରିଛି। ଅପରପକ୍ଷେ କୋଲକାତାର ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏଶନ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଲଖନଉ ଟିମ୍ ୭ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ଜବାବରେ କୋଲକାତା ଟିମ୍ ୧୪.୩ ଓଭରରେ ୧୦୧ ରନ୍ରେ ଅଟକି ଯାଇଥିଲା।
ଏହି ମ୍ୟାଚ୍ରେ ଲଖନଉ ଟିମ୍ର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ଅଭେସ ଖାନ୍ ଓ ଜେସନ ହୋଲଡର ୩-୩ ୱିକେଟ ନେଇଥିଲେ। ଅଭେସ୍ ଖାନ ଓ ମୋସିନ ଖାନ ଗୋଟିଏ ଲେଖାଏଁ ମେଡେନ ନେଇଥିଲେ। ମୋସନ ଖାନ ୩ ଓଭର ବୋଲି କରି ମାତ୍ର ୬ ରନ୍ ଖର୍ଚ୍ଚ କରିଥିଲେ ଓ ସେ ଗୋଟିଏ ୱିକେଟ୍ ନେଇଥିଲେ। ଦୁଷ୍ମନ୍ତ ଚମୀରା ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେବା ସହ ମାତ୍ର ୧୪ ରନ୍ ଦେଇଥିଲେ। ଅବେସ ଖାନ ୧୯ ରନ୍, ହୋଲଡର ୩୧ ରନ୍ ଓ ରବି ବିଷ୍ନୋଇ ୩୦ ରନ୍ ଖର୍ଚ୍ଚ କରିଥିଲେ।
କୋଲକାତା ପାଇଁ ଆନ୍ଦ୍ରେ ରସେଲ ସର୍ବାଧିକ ୪୫ ରନ୍ କରିଥିଲେ। ସେ ୧୯ଟି ବଲ୍ ଖେଳି ୩ଟି ଚୌକା ଓ ୫ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୧୨ଟି ବଲ ଖେଳି ୨୨ ରନ୍ କରିଥିଲେ। ଆରୋନ ଫିଞ୍ଚ ୧୪ଟି ବଲ ଖେଳି ୧୪ ରନ୍ କରିଥିଲେ। ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।