ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ବିନା ସବସିଡି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧିହୋଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ଗୁରୁବାର ମୂଲ୍ୟ ବୃଦ୍ଧିକରିଛିି। ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପରେ ଦିଲ୍ଲୀରେ ପ୍ରତି ୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ ୬୪୪ ଟଙ୍କାରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗରେ ଦର ୬୭୦ଟଙ୍କା ୫୦ ପଇସାରେ ମିଳିବ। ମୁମ୍ବାଇରେ ଏବେ ଏହା ୬୪୪ ଟଙ୍କା ଦରରେ ଉପଲବ୍ଧ ହେବ। ଦୀର୍ଘ ୫ମାସ ପରେ ଏହି ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। କମ୍ପାନି ଶେଷଥର ଜୁଲାଇ ମାସରେ ଗ୍ୟାସ୍ ଦର ପରିବର୍ତ୍ତନ କରିଥିଲା। ଏହା ପୂର୍ବରୁ ପ୍ରତିମାସରେ ଗ୍ୟାସ୍ ଦର ନିର୍ଦ୍ଧାରିତ ହେଉଥିଲେ ହେଁ କୋଭିଡ-୧୯ ମହାମାରୀ ଲାଗି ତୈଳ କମ୍ପାନି ଏବେ ଗୁରୁତର ଚାପରେ ଅଛନ୍ତି। ଏଣୁ ଡିସେମ୍ବର ମାସରେ ସିଲିଣ୍ଡର ଦର ବୃଦ୍ଧିକରାଯାଇଛି। କୋଭିଡ ଯୋଗୁ ଗତ ସେପ୍ଟେମ୍ବର ମାସରୁ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ କମ୍ପାନିମାନେ ସବସିଡି ସମାପ୍ତ କରିଦେଇଛନ୍ତି।